Responsive Ads Here

add

Braking News

Braking News,Current affairs



*ରାଜ୍ୟସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଦୁଇ ଭାଗ ହେବ ଜମ୍ମୁ-କାଶ୍ମୀର, ସମର୍ଥନରେ ବାହାରିଲେ ୧୨୫ ସଦସ୍ୟ ।*
*ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୫ ଜଣ ସଦସ୍ୟଙ୍କ ସମର୍ଥନ ରହିଥିବା ବେଳେ ବିପକ୍ଷରେ ପଡିଥିଲା ମାତ୍ର ୬୧ଟି ଭୋଟ । ଆଉ ବେଶ ସହଜରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି । ଏହି ବିଲରେ ଜମ୍ମୁ-କାଶ୍ମୀରରୁ ଲଦାଖକୁ ଭାଗ କରିବା ନେଇ ପ୍ରାବଧାନ ରହିଥିବା ବେଳେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦେବା ନେଇ ବ୍ୟବସ୍ଥା ରହିଛି । ଏହାଛଡା ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧିନରେ ରହିବ । ଏହି ବିଲ୍ ଉପରେ ଆସନ୍ତା ମଙ୍ଗଳବାର ଲୋକସଭାରେ ଚର୍ଚ୍ଚା ହେବ । ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରାଯାଇଛି ।*
*ଏହାପୂର୍ବରୁ ଆଜି ରାଜ୍ୟସଭାରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହାସହ ଧାରା ୩୭୦ ଅନୁଯାୟୀ, ସ୍ୱତନ୍ତ୍ର ରାଜ୍ୟର ଟ୍ୟାଗ ମଧ୍ୟ ହରାଇଥିଲା କାଶ୍ମୀର । ଆଉ ଏହାସହ ବଦଳିଥିଲା ଦୀର୍ଘ ୭୦ ବର୍ଷର ପୁରୁଣା ଇତିହାସ । ଧାରା ୩୭୦କୁ ହଟାଇ ଦ୍ୱିତୀୟ ପାଳିରେ ମୋଦି ସରକାର ମାରିଥିଲେ ମାଷ୍ଟରଷ୍ଟ୍ରୋକ ।ତେବେ ଏହି ବିଲ୍ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।*

1 comment:

  1. Thanks on your marvelous posting! I quite enjoyed reading it, you’re a great author.I will make sure to bookmark your blog and will often come back in the foreseeable future. I want to encourage you to definitely continue your great posts. How to Make MONEY FROM INSTAGRAM

    ReplyDelete